ଆମ ସମ୍ପର୍କରେ କିଞ୍ଚିତ୍

ଆମ ପରିଚୟ

ବର୍ତ୍ତମାନର ଏହି ବୈଷୟିକ ସମୟରେ ସ୍ନେହ, ପ୍ରେମ, ଭଲପାଇବା ବିରଳ ହେବାକୁ ବସିଲାଣି। ଏହି ଭାବନା ଗୁଡିକୁ କେବଳ ସାହିତ୍ୟ ହିଁ ପୁଣି ଥରେ ସୃଜନ କରିପାରିବ ମଣିଷ ମନରେ ଏବଂ ଏହି ସାହିତ୍ୟର ପ୍ରସାର ଓ ପ୍ରସିଦ୍ଧି ପାଇଁ ସାହିତ୍ୟ ଗୋଧୂଳି ପ୍ରତିବଦ୍ଧ।

ଜାଣିଛୁ ବାଧାବିଘ୍ନ ରାସ୍ତାରେ ନିଶ୍ଚୟ ଆସିବ। କିନ୍ତୁ ସମ୍ଭାବନା ଆରମ୍ଭ ସାଥିରେ ସଦାସର୍ବଦା ରହି ଆସିଛି। ଏହି ସମ୍ଭାବନାକୁ ପୂର୍ଣ ରୂପ ଦେବ ‘ସାହିତ୍ୟ ଗୋଧୂଳି’ । ‘ସାହିତ୍ୟ ଗୋଧୂଳି’ ସରିବାର ନୁହେଁ, ଆରମ୍ଭର ନାମ । ପୁଣି ଥରେ ନୂତନ ସୁର୍ୟୋଦୟ ଘଟିବ ଗୋଧୂଳି ଅପେକ୍ଷାରେ; ପୁଣି ଥରେ ଗୋଧୂଳି ବେଳାରେ ବୁଢୀମା କୋଳରେ ସାହିତ୍ୟ ପ୍ରେମମୟ, ସ୍ନେହମୟ ଏବଂ ସୌନ୍ଦର୍ଯ୍ୟମୟ ହୋଇ ଉଠିବ।